ବ – ବ – ବ

ଜାକିର୍ ଖାନ୍

ବଗଲା ବିଶୁ ବସିଚି ବେଞ୍ଚରେ। ବସିଚି ବି ବନ୍ଧୁ ବସନ୍ତ। ବରଗଛ , ବଗଲା ବଗୁଲି, ବତକ, ବିଲେଇ ବିଷୟରେ ବୋଲିବି, ବିଶୁ ବୋଲିଲା।
ବସନ୍ତ ବାଆଁରେଇ ବାଆଁରେଇ ବୋଲିଲା – ବୋଲୁନୁ। ବୋଲିବୁ ତ ବୋଲ।
ବିଶୁ ବୋଲିଚାଲିଲା – ବାରଙ୍ଗ ବସଷ୍ଟାଣ୍ଡର ବିଶାଳକାୟ ବରଗଛରେ ବଗ, ବଗୁଲିଙ୍କ ବାସ। ବହୁ ବର୍ଷରୁ ବସା ବାନ୍ଧିଛନ୍ତି ବରଗଛଟିରେ। ବୟସ ବାର, ବାଇଶି, ବତିଶି, ବୟାଳିଶି, ବାଉନ, ବାଷଠି, ବାସ୍ତରି…ବୁଝିଲୁ।
ବସନ୍ତ ବୋଇଲା – ବୁଝିଲିନିରେ ବିଶୁ।


ବିଶୁ ବୋଲିଲା –
ବାର ବର୍ଷର ବାଳକ
ବହି, ବର୍ଗର, ବନ୍ଧୁକ
ବକବକ ବକାସୁର
ବାର ବରା ବରଫଳ
ବାହାରିନି ବୁଦ୍ଧି ବଳ …
ବାର ବର୍ଷ ବିତୁ, ବୁଝିଯିବୁ – ବୋଇଲା ବିଶୁ।
ବସି ବସି ବୋଇଲା –
ବଡ ବରଗଛରେ ବଗ, ବଗୁଲିଙ୍କ ବାସ। ବିରାଟକାୟ, ବିଶାଳକାୟ ବରଗଛ ବଗ ବଗୁଲିଙ୍କ ବୈକୁଣ୍ଠ। ବଗ ବାକପଟୁ, ବାଗ୍ମୀ। ବାବଦୂକ। ବନ୍ଧୁତ୍ଵର ବନ୍ଧନରେ ବନ୍ଧା। ବନ୍ଧୁ ବୋଇଲେ ବତୁରିଯାଏ ବଗ। ବଗୁଲି ବିନମ୍ର। ବଦାନ୍ୟ। ବାନ୍ଧବୀଙ୍କ ବାନ୍ଧବୀ। ବଗ, ବଗୁଲିଙ୍କ ବନ୍ଧୁବାନ୍ଧବ ବହୁତ। ବନ୍ଧୁତ୍ଵରେ ବଶୀଭୂତ।

ବଗଲା, ବଗୁଲି ବନ୍ଧୁବତ୍ସଳ
ବନ୍ଧୁ ବାନ୍ଧିବାକୁ ବ୍ୟସ୍ତ, ବ୍ୟାକୁଳ
ବିଚକ୍ଷଣ ବନ୍ଧୁପ୍ରବର, ବନ୍ଧୁ ବହୁତ
ବନ୍ଧୁଙ୍କୁ ବରନ୍ତି, ବନ୍ଦାନ୍ତି, ବରାବର
ବନ୍ଧୁଙ୍କୁ ବସାଇବେ ବାସରେ
ବିତିବ ବୟସ ବନ୍ଧନରେ, ବନ୍ଧୁତ୍ଵରେ
ବିଲୁଆ, ବିଲେଇ, ବାଇଚଢେଇ, ବଣୀ, ବର୍ଷାମଦ, ବଳିପୁଷ୍ଟ, ବାଘ, ବଳଦ, ବାନର, ବତକ… ବଗ, ବଗୁଲିଙ୍କ ବନ୍ଧୁ। ବିଶେଷ ବନ୍ଧୁ ବତକ।
ବୟସ ବିତେ। ବଦଳିଚାଲେ ବ୍ୟକ୍ତିତ୍ୱ। ବଦଳିଯାଏ ବତକ। ବଦମାସ, ବଦରାଗୀ ବନିଯାଏ। ବଗ ବୁଝେନା। ବିଚରା ବଗ ବିନୟ, ବଦାନ୍ୟ, ବିନମ୍ର। ବଦଳେନି ବଗର ବ୍ୟବହାର, ବିଶ୍ଵାସ। ବସ୍ତାରେ ବସ୍ତେ ବେଙ୍ଗ ବାନ୍ଧି, ବାଗେଇ, ବୋଝେଇ, ବୋହି ବୋହି, ବେଗି ବେଗି ବସାକୁ ବାହୁଡ଼ୁଛି ବତକ। ବଗ ବାଟରେ ବତକ ବାଟ ଉଗାଳିଛି। ବଗ ବୋଇଲା- ବନ୍ଧୁ। ବତକ ବାଆଁରେଇ ଦେଲା। ବଗ ବୋଇଲା – ବ….ଅ…ନ୍…ଧୁ…। ବଗର ବିକଳ ବ୍ୟବହାର।
ବେଙ୍ଗ ନବାଣ୍ଟିବାକୁ ବତକର ବେଫିକର, ବାଦୁଆ ବ୍ୟବହାର। ବଗକୁ ବେଙ୍ଗ ବଡ଼ ପସନ୍ଦ। ବିତରଣ ବା ବାଣ୍ଟିବାକୁ ବଗ ବୋଲିପାରେ। ବେଇମାନୀ ବସାବାନ୍ଧିଲା ବତକ ବଦନରେ। ବକିଗଲା ବଗକୁ, ବର୍ଷିଲା। ବାଟୁଲି ବାଜିଲାନି। ବତକର ବକ୍ର ବାଣୀ, ବାକ୍ୟ ବାଣ। ବେ ବଦମାସ୍। ବାଟରୁ ବାହାରିଯା। ବୋଇଲା ବତକ।


ବଗକୁ ବାଧିଲା ବତକର ବୟାନ, ବର୍ବରତା, ବାଙ୍କ ବାର୍ତ୍ତା। ବର୍ବରୋଚିତ ବ୍ୟବହାରରେ ବ୍ୟସ୍ତ ବିବ୍ରତ ବଗ। ବଦନରେ ବିଜୁଳୀର ବେଗ। ବତକର ବ୍ୟଭିଚାରରେ ବିବ୍ରତ, ବ୍ୟତିବ୍ୟସ୍ତ, ବ୍ୟଥିତ ବଗ।
ବଗ ବୋଇଲା –
ବନ୍ଧୁ ବଇରୀ
ବେଙ୍ଗରେ ବାଇ
ବେସୁରା ବେହିଆ
ବଜବଜିଆ ବଅଁଶ ବୁଡା
ବେଙ୍ଗ ବୋହିବାରେ ବାଉଳା
ବଣଜାମୁ, ବଟଫଳ, ବରଗୁଡ।
ବନ୍ଦ ବଗ ବତକ ବାକ୍ୟାଳାପ, ବାର୍ତ୍ତାଳାପ …
ବଗ – ବତକ ବାଦବିସଂବାଦ ବାଧିଲା ବଗୁଲିକୁ। ବଗୁଲି ବଗକୁ ବହଲାଇଲା। ବୋଇଲା – ବାଜେଆଜେ ବୋଲନା…ବୋଲନା, ବହକନା। ବାଜେକଥା ବୋଲନା। ବନ୍ଧୁ ତ ବନ୍ଧୁ। ବ୍ୟବହାର ବଦଳାଅନା। ବଦଳନା। ବଦଲା ବର୍ଜନୀୟ, ବନ୍ଦ।
ବାଟରେ ବେଙ୍ଗ ବସ୍ତା ବତକକୁ ବୋଝେଇଗଲା। ବୋଝ ବଢିଲା। ବ୍ୟଥା ବଢିଲା। ବୁଡିଗଲା ବୟସ, ବୁଜିଲା ଆଖି। ବତକ ବିଗତ। ବିଗତ ବତକକୁ ବାହୁନନ୍ତି ବଗ, ବଗୁଲି। ବାସ୍ତବର ବନ୍ଧୁ, ବିଶ୍ଵସ୍ତ ବନ୍ଧୁ ବଗ, ବଗୁଲି।
ବଗ ବଗୁଲିର ବୟାନ ବିସ୍ତାରରେ ବଖାଣିଲା ବିଶୁ। ବେଳରତ। ବିଶୁ ବୋଇଲା, ବୁଝିଲୁ ବସନ୍ତ। ବସନ୍ତ ବୋଇଲା – ବନ୍ଧୁ …ବିଶୁ…. ବୁଝିଲି । ବନ୍ଧୁତ୍ବର ବାସ୍ତବତା ବାବଦରେ ବିଶେଷ ବକ୍ତବ୍ୟ ବୁଝିଲି। ବିଶୁର ବାହୁ ବନ୍ଧନରେ ବସନ୍ତ। ବାଃ ବନ୍ଧୁତ୍ୱ।

13 thoughts on “ବ – ବ – ବ

  1. ବାଃ.. ବହୁତ ବଢିଆ.. ବ ବିଷୟକୁ, ବୁଲେଇ ବଙ୍କେଇ ବଖଣିଛନ୍ତି..

  2. ଏହାହିଁ ହେଉଛି ନନ୍‌ସେନ୍ସ ସାହିତ୍ୟ ବୋଧେ୤ , ଦୁଇଟିଯାକ ଲେଖା କ-କ-କ ଓ ବ-ବ-ବ ପଢ଼ିଲି୤ ବଢ଼ିଆ ଉପସ୍ଥାପନା୤ ଏହିହଳି ଲେଖା ଜାରି ରହୁ୤

Leave a Reply

Your email address will not be published. Required fields are marked *