Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ସାମାଜିକ ଗଣମାଧ୍ୟମର ପ୍ରଭାବ
ସାମାଜିକ ଗଣମାଧ୍ୟମ କାରଣରୁ ପତ୍ରପତ୍ରିକାରେ ପାଠକଙ୍କ ସଂଖ୍ୟା ହ୍ରାସ ପାଉଛି। ମୁଦ୍ରିତ ପତ୍ରିକାଗୁଡ଼ିକ ପଢ଼ିବା ପାଇଁ ପାଠକମାନଙ୍କର ରୁଚି କେମିତି ଫୋରାଇ ଅଣାଯାଇପାରିବ?
ମୋବାଇଲ୍ ଯେମିତି ଆମ ଜୀବନ ଭିତରକୁ ପଶିଆସିଛି, ତାହା ଦିନେ ବି ସେମିତି ଚାଲିଯିବ। କାରଣ ଯାହାର ଆରମ୍ଭ ଥାଏ, ତାହାର ଇତି ମଧ୍ୟ ଦିନେ ନା ଦିନେ ଘଟିଥାଏ। ଆଗାମୀ କାଳର ଏକ ମୋବାଇଲ୍-ବିହୀନ ସଂସାରରେ ସାହିତ୍ୟ କେଉଁ ରୂପ ନେବାକୁ ଯାଉଛି, ସେ କଥା ଚିନ୍ତା କରାଯାଉ।
ମୋବାଇଲ୍ ଆଜିକାଲି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟରୁ ଗୋଟିଏ ହୋଇପଡିଛି। ମୋବାଇଲରେ ବହିଟିର ପିଡିଏଫ୍ ପଢ଼ିଲେ ସେତିକି ତୃପ୍ତି ମିଳେନି ଯେତିକି ବହିଟିର ମୁଦ୍ରିତ କପି ପଢ଼ିଲେ ମିଳିବ।
ପତ୍ରପତ୍ରିକାର ମୁଦ୍ରିତ ଲେଖା ପଢ଼ିବା ପାଇଁ ପାଠକମାନଙ୍କର ଆଗ୍ରହ ଆସିବା ଆବଶ୍ୟକ। ପତ୍ରିକାଟିକୁ ହାତରେ ଧରି ପଢ଼ିବା ଦ୍ଵାରା ଏକ ନିଆରା ଅନୁଭବ ସୃଷ୍ଟି ହେବ।
Log in / Register