Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ନାରୀ ନାଟ୍ୟକାର › Reply To: ନାରୀ ନାଟ୍ୟକାର
2023-10-29 at 7:37 am
#11523
Participant
ସଫଳ ନାରୀ ନାଟ୍ୟକାର ଭାବେ ଆମେ ପ୍ରଥମ ପର୍ଯ୍ୟାୟରେ ସୀତାଦେବୀ ଖାଡଙ୍ଗା ଏବଂ ସରଳା ଦେବୀଙ୍କୁ ପାଇବା।
ସୀତାଦେବୀ ପ୍ରଥମେ ନିଜ ସ୍ଵାମୀଙ୍କ ସହ ବ୍ରହ୍ମପୁରରେ ଏକ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ। ପରେ ପରେ ସେ ରଚନା କରିଥିଲେ ସହୋଦର, ନାରୀ, ପୋଷ୍ୟପୁତ୍ର, ନୈଷ୍ଠିକ, ନିଷ୍ପତି, ପ୍ରାଚୀନପନ୍ଥୀ, କ୍ଷୁଧାରପୀଡ଼ା, ମତୃହୀନା, ଶକୁନ୍ତଳା, ହରିଶ୍ଚନ୍ଦ୍ର ଓ ସୀତା ନିର୍ବାସନ ଭଳି ନାଟକ ମାନ।
ସେହିପରି ସରଳା ଦେବୀ ମଧ୍ୟ ସୁରସୁନ୍ଦରୀ, ପ୍ରେମମହିମା, ପୂର୍ବରାଗ, ତରଣୀସେନ୍, ମାଳତୀମାଧବ, କରମାବାଈ, ଜନାବାଈ, ତୁଳସୀଦାସ, ମିଳନବଂଶୀ ଓ ଥୁଣ୍ଟାଜଗନ୍ନାଥ। ଏହାସହ କାଳିଦାସଙ୍କ ‘ମାଳବିକାଗ୍ନିମିତ୍ରମ୍’, ଭାସଙ୍କ ‘ସ୍ବପ୍ନବାସବଦତ୍ତା’ କୁ ଅନୁବାଦ କରିଥିଲେ।